ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ଦାସ ଆଜି ନବୀନ ନିବାସ ଠାରେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଐତିହ୍ୟସ୍ଥଳୀ ଓ ଐତିହାସିକ ସ୍ଥଳୀର ରୂପାନ୍ତର ଉଦ୍ୟମରେ ବିକଶିତ ହୋଇଥିବା ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ରୂପାନ୍ତର ପାଇଁ ଧନ୍ୟବାଦ ଦେଇଥିଲେ । ସୁଆଣ୍ଡୋ ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି । ଉତ୍କଳମଣିଙ୍କ ସମ୍ମାନାର୍ଥେ ସୁଆଣ୍ଡୋର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ୫ଟି ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାକୁ ସୁଆଣ୍ଡୋବାସୀ ତଥା ସମଗ୍ର ପୁରୀ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ବୋଲି ସେ କହିଥିଲେ ।