ଅନୁଗୋଳ : ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣାରେ ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବ ସହ ଚୋରି ହାତୀ ଦାନ୍ତକୁ ବି ଉଦ୍ଧାର କରାଯାଇଛି। ପ୍ରାୟ ୮ ଦିନ ତଳେ ଅନୁଗୋଳ ଜିଲ୍ଲା ବନଖଣ୍ଡ ଜରପଡା ବନାଞ୍ଚଳ ପରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବାର ଡ଼ିଏଫଓ ସୂଚନା ଦେଇଛନ୍ତି।
ସୂଚନା ଯେ, ଗତ ଜୁନ ୨୮ ତାରିଖରେ ଜରପଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ଥିବା ମାଙ୍କଡ଼କନ୍ଦା ନାଳରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ମିଳିଥିଲା। ହାତୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ହାତୀର ମୃତ୍ୟୁ ମାସେରୁ ଅଧିକ ସମୟ ପୂର୍ବରୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଥିଲା।