ଭୁବନେଶ୍ୱର : ମହାନଦୀ ଉପରମୁଣ୍ଡରେ ଜଳସ୍ତର କମୁଛି । ହୀରାକୁଦର ୨ଟି ଗେଟ୍କୁ ବନ୍ଦ କରାଯାଇଛି । ଆଗକୁ ସ୍ଥିତି ଦେଖି ଗେଟ୍ ବନ୍ଦ କରାଯିବ । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଛି। ଫଳରେ ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି । ଏନେଇ ବୁଧବାର ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବର୍ତ୍ତନମାନ ୧ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୩୦ ହଜାର ଜଳ ନିଷ୍କାସନ ହେଉଛି । ମଙ୍ଗଳବାର ମୁଖ୍ୟଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇ ବୈଠକ ବସିଥିବା ବେଳେ ବନ୍ୟା ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।