ଭୁବନେଶ୍ୱର : ଦୀପାବଳିରେ ରାଜଧାନୀରେ ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥର ରାଜଧାନୀର ବିଭିନ୍ନ ଅଞ୍ଚଳର ୩୦ଟି ସ୍ଥାନରେ ବାଣ ବିକ୍ରି ପାଇଁ ସବୁଜ ସଙ୍କେତ ଦେଇଛି କମିସନରେଟ ପୋଲିସ। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଯଦି କୌଣସି ବ୍ୟକ୍ତି ବେଆଇନ ବାଣ ବିକ୍ରି କରୁଥିବାର ନଜର ଆସେ, ତାହେଲେ ୭୦୭୭୭୯୮୧୧୧ ନମ୍ବରରେ ଯୋଗାଯୋଗ କରିବାକୁ ପୋଲିସ କହିଛି।
ଏହାଛଡ଼ା ଅଗ୍ନିଶମ ନିୟମାବଳୀକୁ କଡ଼ାକଡ଼ି ମଧ୍ୟ ହୋଇଛି। ଶାନ୍ତି ଶୃଙ୍ଖଳାରେ ଦିପାବଳୀ ପାଳନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି କମିସନରେଟ୍ ପୋଲିସ। ବାଣ ବିକ୍ରି ସ୍ଥାନରେ ନିୟମ ଉଲ୍ଲଘଂନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ନଜର ପକାନ୍ତୁ କମିସନରେଟ ପୋଲିସର ନିର୍ଦ୍ଦେଶାବଳୀ ଉପରେ ।