ମେଷ: ସାମାଜିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଦିନସାରା ସତେଜ ଅନୁଭବ କରିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ।
ବୃଷ: କୌଣସି ବ୍ୟକ୍ତିଙ୍କଠାରୁ ଆଜି ସମର୍ଥନ ପାଇବେ। ବୈବାହିକ ସମ୍ପର୍କ ମଧୁର ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସଫଳତା ପାଇବେ।
ମିଥୁନ: ଆଜି ସମସ୍ତ କାମ ଆପଣଙ୍କ ଇଚ୍ଛା ଅନୁସାରେ ସମାପ୍ତ ହେବ। ପିଲାଙ୍କ ସହିତ କୌଣସି ସ୍ଥାନକୁ ବୁଲିଯିବାକୁ ପ୍ଲାନ୍ କରିବେ। ଖର୍ଚ୍ଚ ବଢ଼ିପାରେ।
କର୍କଟ: ଆଜି କିଛି ବିଶେଷ କାର୍ଯ୍ୟରେ ସଫଳତା ପାଇବେ। କୌଣସି ସମାରୋହରେ ଯିବାକୁ ସୁଯୋଗ ପାଇବେ। ଧନ ଲାଭ ହୋଇପାରେ।
ସିଂହ: ଆପଣ କୌଣସି ଶୁଭ ଖବର ପାଇବେ, ଯଦ୍ଦ୍ଵାରା ଆପଣଙ୍କ ମନ ଦିନସାରା ଖୁସି ରହିବ। କ୍ୟାରିୟରରେ ଆଗକୁ ବଢ଼ିବେ।
କନ୍ୟା: ସାଙ୍ଗମାନଙ୍କ ସହିତ ବୁଲିଯିବାକୁ ଯୋଜନା କରିବେ। ଆର୍ଥିକ ସ୍ଥିତିରେ ଉତ୍ଥାନ-ପତନ ଲାଗିରହିବ। ଆଜି ବ୍ୟସ୍ତତା ଭିତରେ ରହିବେ।
ତୁଳା: ଦିନଟି ବହୁତ ଭଲ ହେବ। ଘରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଲୋକଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ପାଇବେ।
ବିଛା: କିଛି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟବସାୟୀଙ୍କୁ ବଡ଼ ଲାଭ ହେବ। ଆଜି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ।
ଧନୁ: ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ। ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି। ଅଯଥା କଥା କହିବାଠାରୁ ଦୂରେଇ ରୁହନ୍ତୁ।
ମକର: ଆଜି ଜଣେ ଘନିଷ୍ଠ ବନ୍ଧୁଙ୍କୁ ଭେଟିବେ। ମନ ପ୍ରସନ୍ନ ରହିବ। ହଠାତ୍ ମୁଦ୍ରା ଲାଭ ହେବ। ଅଫିସ୍ରେ ବସ୍ ଆପଣଙ୍କ ଉପରେ ଖୁସି ହେବେ।
କୁମ୍ଭ: ସରକାରୀ କର୍ମଚାରୀ ସୁବିଧା ପାଇବେ। ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ। ପତି-ପତ୍ନୀଙ୍କ ସମସ୍ୟା ଦୂର ହେବ।
ମୀନ: ଦାମ୍ପତ୍ୟ ଜୀବନରେ ସମନ୍ୱୟ ଭଲ ରହିବ। ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ।