କେନ୍ଦୁଝର, (ନିପ୍ର) ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷିକୁ ମାରିବା ପରେ ଗୋଟିଏ ମଇଁଷିକୁ ପୁରା ଖାଇଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲ ବାଇଗଣପାଳ ବିଟ ବଡଜାମୁପଶି ଜଙ୍ଗଲରେ ମହାବଳ ବାଘ ଥିବା ସୂଚନା ମିଳିଛି। ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ମଇଁଷି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମହାବଳ ବାଘ ମଇଁଷି ଦଳକୁ ଆକ୍ରମଣ କରିଥିଲା। ଫଳରେ ୪ଟି ମଇଁଷି ପ୍ରାଣ ହରାଇଥିବା ବେଳେ ୩ଟି ମଇଁଷି ଆହତ ଅବସ୍ଥାରେ ଫେରି ଥିଲେ। ୪ଟି ମୃତ ମଇଁଷିଙ୍କ ମଧ୍ୟରୁ ଗୋଟିଏ ମଇଁଷିକୁ ମହାବଳ ସମ୍ପୂର୍ଣ୍ଣ ଖାଇଦେଇଛି। ଏକାଥରକେ ଏକାଧିକ ମଇଁଷିକୁ ଆକ୍ରମଣ କରାଯାଇଥିବାରୁ ଅଧିକ ସଂଖ୍ୟାରେ ବାଘ ଅଥବା ବାଘୁଣୀ ମଧ୍ୟ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ଆଜି କେନ୍ଦୁଝର ଡିଏଫଓ ଏଚଡି ଧନରାଜ, ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ବନ କର୍ମଚାରୀମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବାଘ ଆକ୍ରମଣରେ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବନ ବିଭାଗ ସୂଚନା ଦେଇଛି।
March 26, 2023
0 Comment
238 Views
୪ ମଇଁଷିଙ୍କୁ ମାରିଲା ମହାବଳ
by Editor 02
କେନ୍ଦୁଝର, (ନିପ୍ର) ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷିକୁ ମାରିବା ପରେ ଗୋଟିଏ ମଇଁଷିକୁ ପୁରା ଖାଇଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲ ବାଇଗଣପାଳ ବିଟ ବଡଜାମୁପଶି ଜଙ୍ଗଲରେ ମହାବଳ ବାଘ ଥିବା ସୂଚନା ମିଳିଛି। ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ମଇଁଷି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମହାବଳ ବାଘ ମଇଁଷି ଦଳକୁ... Read More