ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ । ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲାବୋରେଟୋରୀ ଆସିଷ୍ଟାଂଟ-କମ୍-ଷ୍ଟୋର କିପର) ଅଛନ୍ତି । ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆସନ୍ତାକାଲି (ଗୁରୁବାର) ଅପରାହ୍ନ ୫.୩୦ ସମୟରେ ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନିଯୁକ୍ତି ଆଦେଶ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
August 25, 2022
0 Comment
294 Views
ଆଜି ୩୩୪ ଅଣଅଧ୍ୟାପକଙ୍କୁ ମିଳିବ ନିଯୁକ୍ତିପତ୍ର
by Editor
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ । ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲାବୋରେଟୋରୀ ଆସିଷ୍ଟାଂଟ-କମ୍-ଷ୍ଟୋର କିପର) ଅଛନ୍ତି । ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆସନ୍ତାକାଲି (ଗୁରୁବାର) ଅପରାହ୍ନ ୫.୩୦ ସମୟରେ... Read More