କେନ୍ଦୁଝର, ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ୍-ହାୱଡା ମେଲ, ପୁରୁଷୋତ୍ତମ ଏକ୍ସପ୍ରେସ, ତମ୍ବାରାମରୁ ତିନିସୁତିଆ, ଗୋଆ ଭାସ୍କୋଡାଗାମାରୁ ହାୱଡା, ସିକନ୍ଧରାବାଦ-ସଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ । ଏଥିପାଇଁ ବର୍ତ୍ତମାନ କେନ୍ଦୁଝର ଷ୍ଟେସନ ଠାରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହି ରାସ୍ତା ଦେଇ ସୁଗମ ଚଳାଚଳ ବ୍ୟବସ୍ଥା ହେବା ପର୍ୟ୍ୟନ୍ତ ଏହି ଟ୍ରେନ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି ।
June 3, 2023
0 Comment
333 Views
ଟ୍ରେନ୍ର ଗତିପଥ ପରିବର୍ତ୍ତନ
କେନ୍ଦୁଝର, ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ୍-ହାୱଡା ମେଲ, ପୁରୁଷୋତ୍ତମ ଏକ୍ସପ୍ରେସ, ତମ୍ବାରାମରୁ ତିନିସୁତିଆ, ଗୋଆ ଭାସ୍କୋଡାଗାମାରୁ ହାୱଡା, ସିକନ୍ଧରାବାଦ-ସଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ... Read More