ନୂଆଦିଲ୍ଲୀ : ବାଂଲାଦେଶକୁ ଟ୍ରେନ୍ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। ବ୍ୟାପକ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କୋଲକାତାରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁସାରେ, କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୬ ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ସେବା ସ୍ଥଗିତ ରହିବ। ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ସେବା ବାତିଲ୍ କରିଛି। ଢାକାକୁ ଯାତ୍ରା କରୁଥିବା ସମସ୍ତ ବିମାନକୁ ବାତିଲ କରିଛି ଏୟାର ଇଣ୍ଡିଆ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ଓ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିବ ନାହିଁ।