ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି ।
ଏ ନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି । ସମ୍ବଲପୁର ଲୋକସଭା ସାଂସଦ ଭାବରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୋଳ ଏବଂ ଦେବଗଡ ଜିଲ୍ଲା ଆସୁଅଛି । ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ।