ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପୁଣି ଥରେ ହତ୍ୟା ଧମକ। କେନ୍ଦ୍ରମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ପୁଣି ଥରେ ଧମକପୂର୍ଣ୍ଣ କଲ୍ ଆସିଛି। ତେବେ ବାରମ୍ବାର ମିଳୁଥିବା ଏହି ଧମକ ଯୋଗୁଁ ହଇଚଇ ସୃଷ୍ଟି ହୋଇଛି। ସେପଟେ ଦିଲ୍ଲୀ ପୋଲିସ୍ ମାମଲାର ଯାଞ୍ଚରେ ଲାଗିପଡ଼ିଛି।
ଗତ ସୋମବାର ସନ୍ଧ୍ୟାରେ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହା ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ସୂଚନା ଦିଲ୍ଲୀ ପୋଲିସ୍କୁ ଦେଇଥିଲେ। ସୂଚନା ମିଳିବା ପରଠାରୁ ପୋଲିସ୍ ଆକ୍ଟିଭ ହୋଇଛି ଏବଂ ଯାଞ୍ଚରେ ଲାଗି ପଡ଼ିଛି। ଦିଲ୍ଲୀ ପୋଲିସ୍ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଏହା ପୂର୍ବରୁ ଦୁଇ ଥର ନିତୀନ ଗଡକରୀଙ୍କୁ ହତ୍ୟା ଧମକ ମିଳିଥିଲା। ଜାନୁଆରୀ ଏବଂ ମାର୍ଚ୍ଚରେ ନାଗପୁରରେ ତାଙ୍କ କାର୍ଯ୍ୟାଳୟ ଟେଲିଫୋନ୍କୁ କଲ୍ ଆସିଥିଲା।