ଭୁବନେଶ୍ୱର : ବୁର୍ଲା ମେଡିକାଲରୁ ଡ଼ିସଚାର୍ଜ ହେଲା ବିଜୟିନୀ । ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁ କନ୍ୟା ବିଜୟିନୀକୁ ବୁର୍ଲା ମେଡିକାଲ କତୃପକ୍ଷ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀ ମାନେ ଭୀମସାରରୁ ନେଇ ଛଚାନପାଲି ସ୍ଥିତ ଏକ ବାଲନିକେତନରେ ଛାଡିଛନ୍ତି । ଏବେ ବାଲନିକେତନ ହେଉଛି ବିଜୟିନୀର ନୂଆ ଠିକଣା ।
ଗତ କିଛିଦିନ ପୂର୍ବରୁ ଭୀମସାରରେ ବଡ ଧୁମ୍ ଧାମରେ ପାଳନ କରାଯାଇଥିଲା ବିଜୟିନୀର ଏକୋଇସିୟା ପର୍ବ । ଗତ ୧୨ ଡିସେମ୍ବର ୨୦୨୩ ରେ ଏକ ପରିତ୍ୟକ୍ତ ବୋରୱେଲ ରୁ ରାତି ପ୍ରାୟ ୯.୪୦ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିବା ଶିଶୁକନ୍ୟାଟିକୁ । ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାରରେ ଚାଲିଥିଲା ଚିକିତ୍ସା । ଜୀବନ ଯୁଦ୍ଧରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କତୃପକ୍ଷ ବିଜୟିନୀ ରଖିଥିଲେ ।
ଗତକାଲି ବିଜୟିନୀକୁ ସରକାରୀ ନିୟମ ଅନୁଯାୟୀ ଡିସଚାର୍ଜ କରାଯାଇଛି । ଦୀର୍ଘ ଏକ ମାସ ରୁ ଅଧିକ ସମୟ ଧରି ଭିମସାରରେ ସେ ରହିଥିବା ଯୋଗୁ ଏସଏନସିୟୁରେ ଚିକିତ୍ସା କରିଥିବା ଡ଼କ୍ଟର ଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସଭିଏଁ ଭାବବିହ୍ଵଳ ହୋଇ ପଡିଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଛଚାନପାଲି ସ୍ଥିତ ବାଲ ନିକେତନରେ ବିଜୟିନୀଙ୍କୁ ରଖାଯାଇଛି । ବିଜୟିନୀର ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଭୀମସାରରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯିବେ ବୋଲି ଭିମସାର ଅଧିକ୍ଷକ କହିଛନ୍ତି । ସେପଟେ ବାଲନିକେତନରେ ବିଜୟିନୀର ଯତ୍ନ ନେବାପାଇଁ ଜଣେ ନର୍ସ କୁ ଭିମସାରରେ ଦୁଇ ଦିନ ଧରି ଟ୍ରେନିଂ ଦିଆଯାଇଛି । ତେବେ ଏହାରି ଭିତରେ ଶିଶୁକନ୍ୟାକୁ ବୋରୱେଲରେ ଫିଙ୍ଗିଥିବା ଜନ୍ମକଲା ମାର ବି ପରିଚୟ ମିଳିଥିଲା । ହେଲେ ଶିଶୁର ସରକ୍ଷାକୁ ପ୍ରଥମିକତା ଦେଇ ବାଲନିକେତନରେ ବିଜୟିନୀକୁ ଛଡାଯାଇଛି ।