ବରଗଡ଼ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡ଼ (ମଥୁରା ) ଓ ଅମ୍ବାପାଲି (ଗୋପପୁର) ମଧ୍ୟରେ ଦିବା ରାତ୍ରି ବସ ସେବା ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ମହାରାଜା ଟ୍ରାଭେଲ୍ସର ନାମକ ଏକ ଘରୋଇ ବସ୍ ସେବା ଆରମ୍ଭ ହୋଇଛି । ଏହି ବସ ସେବାରେ ଯାତ୍ରୀ ମାତ୍ର ଦଶ ଟଙ୍କା ଦେଇ ବରଗଡ଼ ଘରୋଇ ବସଷ୍ଟାଣ୍ଡରୁ ଅମ୍ବାପାଲି ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ପ୍ରଶାସନର ଏହି ଉଦ୍ୟମକୁ ଜନସାଧାରଣ ସ୍ବାଗତ କରିଛନ୍ତି ।
ସୂଚନା ଯେ, ଗତ ୨୦୧୬ ମସିହାରେ ସିଟି ବସ ଜରିଆରେ ଏହି ସୁବିଧା ଲୋକେ ପାଇପାରୁଥିଲେ । ତେବେ କୌଣସି କାରଣରୁ ଏହି ସେବା ବନ୍ଦ ହୋଇଯାଇଥିଲା । ତେବେ ପୁଣି ଥରେ ଏହାକୁ କାର୍ଯ୍ୟକାରୀ କରିବାରୁ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।