ଧର୍ମଗଡ଼ : କଳାହାଣ୍ଡି ଜିଲା ଭବାନିପାଟଣା ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି l ଭବାନିପାଟଣା ପରିବହନ କାର୍ଯ୍ୟାଳୟ ସାମ୍ନାରେ କିଛି ଯୁବକ ବ୍ରାଉନ ସୁଗର କାରବାର କରୁଥିବା ନେଇ ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଜାଣିପାରିଥିଲା l ଏନେଇ ଅବକାରୀ ପୋଲିସ ଗ୍ରାହକ ହୋଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କୁ ୨୨ ଗ୍ରାମ ବ୍ରାଉନ ସୁଗର ସହିତ ୭ ହଜାର ୩ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଥିଲେ।
ଗିରଫ ଯୁବକ ଜଣଙ୍କ ନାକଟିଗୁଡାର ବାସିନ୍ଦା ଶିବ ସେନାପତି ବୋଲି ଜଣା ପଡିଛି l ଅବକାରୀ ବିଭାଗ ଯୁବକଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପରେ ପଚରଉଚରା କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି l