ଖଇରା : ବାଲେଶ୍ୱର ଜିଲା ଖଇରା ଥାନା ତୁଡିଗଡ଼ିଆ ବଜାର ପୋଷ୍ଟ ଅଫିସ ନିକଟ ଏଟିଏମରୁ ଲୁଟ୍ । କଟରରେ କାଟି ଏଟିଏମରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କା । ଗତ ବୁଧବାର ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ୬ ଜଣ ଲୁଟେରା ଆସି ଟଙ୍କା ଲୁଚିଛନ୍ତି । ରାତି ପ୍ରାୟ ୨ଟା ୨୦ରୁ ୨ଟା ୪୦ ମଧ୍ୟରେ ଲୁଟ୍ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଖଇରା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ଲୁଟ ପରେ ସ୍ଥାନୀୟ ଅଞ୍ଚଳରେ ବୋମା ଫୁଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଗତ ମଙ୍ଗଳବାର ଏଟିଏମରେ ୧୨ ଲକ୍ଷ ଟଙ୍କା ଭର୍ତ୍ତି କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।