କୀବ୍: ୟୁକ୍ରେନ ଉପରେ ଋଷର ଆତ୍ମଘାତୀ ହମଲା । ପୁଣି ୟୁକ୍ରେନ ସହର ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି ମସ୍କୋ ସେନା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେକସ୍ୟୁ ଟିମ୍ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଆତ୍ମଘାତୀ ହମଲା ପୂର୍ବ ୟୁକ୍ରେନର ଜନଗହଳି ପୂର୍ଣ୍ଣ ପୋକ୍ରଭସ୍କ ସହରର ହୋଇଛି । ଏନେଇ ଟେଲିଗ୍ରାମ ମାଧ୍ୟରେ ୟୁକ୍ରେନ ମନ୍ତ୍ରୀ ଇଗ୍ମୋର କ୍ଲିମେନକୋ ସୂଚନା ଦେଇଛନ୍ତି । ଆହତଙ୍କ ମଧ୍ୟରେ ୧୯ଜଣ ପୋଲିସ କର୍ମଚାରୀ ଅଛନ୍ତି ।
ୟୁକ୍ରେନର ଜନବସତି ଉପରେ ଋଷ୍ର ହମଲାକୁ କଡ଼ା ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ମସ୍କୋ ସେନା ସାଧାରଣ ଆବାସୀୟ ସ୍ଥାନକୁ ଟାର୍ଗେଟ୍ କରିଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ନିଜ ଟ୍ବିଟରେ ଏକ ପାଞ୍ଚ ମହଲା ବିଲ୍ଡିଂର ଭିଡିଓ ଫୁଟେଜ୍ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ସୋଭିଏତ ଋଷ୍ ସମୟର ଡେନଟସ୍କରେ ଥିବା ସର୍ବପୁରାତନ ବିଲ୍ଡିଂ, ଋଷ ମିସାଇଲ୍ ହମଲାରେ ନଷ୍ଟ ହୋଇଯାଇଛି । ଦୁଇଟି ମିସାଇଲ୍ ମାଡ଼ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧ୍ବଂସାବଶେଷ ଭିତରେ ଖୋଜା ଚାଲିଛି ମାଟି ତଳେ ଅନେକ ରହିଯାଇଥିବା ଆଶଂକା କରାଯାଉଛି ।
ପ୍ରାୟ ଦେଢ ବର୍ଷ ହେବ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ଦେଶ ପ୍ରାୟସ କରିଥିଲେ ମଧ୍ୟ ମିଶନ ଫେଲ୍ ମାରିଛି । କେତେବେଳେ ୟୁକ୍ରେନ ଋଷକୁ ଡ୍ରୋନରେ ଟାର୍ଗେଟ୍ କରୁଛି ତ ପୁଣି କେତେବେଳେ ମିସାଇଲ ମାଡ଼ କରି କୀବ ସହରକୁ ଧ୍ବଂସ ସ୍ତୁପରେ ପରିଣତ କରୁଛି । ଗତ କିଛି ଦିନ ଥରେ ୟୁକ୍ରେନ ମସ୍କୋ ସହର ଉପରେ ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ହମଲା କରିଥିଲା । ସେହିପରି ରବିବାର ଋଷର ସମୁଦ୍ର ପରିବହନ ବିଭାଗର ଏକ ତେଲ ଟାଙ୍କରକୁ ଟାର୍ଗେଟ୍ କରିଥିଲେ । ଏଥିରେ ତୈଲ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହାର ପ୍ରତିଶୋଧ ଋଷ ନେଇଥିବା କୁହାଯାଉଛି ।