ଖୋର୍ଦ୍ଧା : ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଅଘଟଣ । ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଗୋଟିଏ ଘର ସଂପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୋଳ ପାଇଁ ଘର ଭିତରେ ବାଣ ତିଆରି ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
![](https://theajikali.com/wp-content/uploads/2023/03/b120768ef6d954f0e0c2e56ee8b2673c-dq8Dve.jpeg)
March 6, 2023
0 Comment
218 Views
ଭୂଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ ମୃତ, ୪ ଗୁରୁତର
by Editor