ସୁନ୍ଦରଗଡ : ମାଡି ଚାଲିଛି ସ୍କ୍ରବ୍ ଟାଇଫସ୍ । ଲଗାତାର ଭାବରେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ପୁଣି ୯ଜଣ ସ୍କ୍ରବ ଟାଇଫସ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ପଜିଟିଭ ସଂଖ୍ୟା ୩୦୪ରେ ପହଞ୍ଚିଛି।
ଖବର ଅନୁଯାୟୀ ଜିଲ୍ଲାରେ ୩୪ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପରେ ୯ଜଣଙ୍କର ରିପୋର୍ଟ ଆସିଛି। ତେବେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତର ଭାବେ ନଜର ରଖାଯାଇଛି ବୋଲି । ପ୍ରତେକ ଦିନ ରୋଗୀ ଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କ ସ୍କ୍ରବ୍ ଟାଇଫସ ନେଇ ସଚେତନ କରାଯାଉଛି ।