କଟକ: କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି। ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢିଛି। କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଏ ଏବଂ କାହିଁକି ବ୍ରିଜ୍ ଉପରେ ସ୍କୁଟି ରଖିଲା , ଆରୋହୀ ଗଲେ କୁଆଡେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି। ନଦୀରେ ଅଧିକ ପାଣି ଥିବାରୁ କିଛି ଜଣାପଡୁନାହିଁ। ଘଟଣାସ୍ଥଳରେ ମର୍କତ ନଗର ଥାନା ପୁଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି।
ଆଜି ଭୋରରୁ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲ। ସ୍କୁଟିରେ ଚାବି ଲାଗିଥିବା ବେଳେ ପାଖରେ ହଳେ ଚପଲ ମଧ୍ୟ ଥୁଆ ହୋଇଛି। ତେଣୁ କେହି ଗାଡ଼ି ରଖିଦେଇ ରାତିରେ ନଦୀକୁ ଡେ଼ଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ। ସ୍କୁଟିଟି କାହା ନାମରେ ଅଛି ସେ ନେଇ କିଛି ସୂଚନା ମିଳିନି । ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ ଚଳାଇଛି। ଏଥିସହ ତୁରନ୍ତ ସ୍କୁଟି ଚାଳକଙ୍କ ନାମ ଓ ଠିକଣା ଜଣାପଡ଼ିଲେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ । ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ବୋଲି ପୁଲିସ୍ କହିଛି ।