ବ୍ରହ୍ମଗିରି : ଶ୍ରୀଜିଉ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରି ଠାରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ । ଏବେ ଶ୍ରୀଜିଉଙ୍କ ଅଣସର ଦର୍ଶନ ଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହାରି ଭିତରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ଅଲାରନାଥଙ୍କ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ମନ୍ଦିରର ଗର୍ଭଗୃହରେ ଥିବା ଅର୍ଗଳୀଠାରୁ ଦର୍ଶନ କରିବେ । ଏହା ସହିତ ଦିବ୍ୟାଙ୍ଗ, ପିଲା, ବରିଷ୍ଠ ନାଗରିକ ଭଲରେ ଦର୍ଶନ କରିବା ବ୍ୟବସ୍ଥା କରିଛି । ଏହାସହ ମାଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟା ୩୦ମିନିଟ୍ରୁ ୭ଟା ୩୦ମିନିଟ୍ ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ ଏବଂ ରାତି ୧୦ଟାରୁ ୧୧ଟା ବଡ଼ ସିଂହାର ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଅପରାହ୍ନରୁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
June 9, 2023
0 Comment
174 Views
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଲାରନାଥଙ୍କ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ
by Editor
ବ୍ରହ୍ମଗିରି : ଶ୍ରୀଜିଉ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରି ଠାରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ । ଏବେ ଶ୍ରୀଜିଉଙ୍କ ଅଣସର ଦର୍ଶନ ଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହାରି ଭିତରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ଅଲାରନାଥଙ୍କ ମଧ୍ୟବର୍ତ୍ତୀକାଳୀନ... Read More