ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଜଣେ ୩୭ ବର୍ଷୀୟ ପାଇଲଟ୍ଙ୍କର ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ଡିଜିସିଏର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦେଶର ବିମାନ ଚଳାଚଳ ନିୟାମକ ସଂସ୍ଥା ଡ୍ୟୁଟିଜନିତ ଥକ୍କାପଣ ହେତୁ ପାଇଲଟ୍ଙ୍କ ଜୀବନ ଚାଲିଯିବା ଦାବିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇଛି।
ଡିଜିସିଏର ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କ୍ୟାପଟେନ ହିମାନିଲ କୁମାର ଅଗଷ୍ଟ ୨୩ରେ ନିଜର ଡାକ୍ତରୀ ପରୀକ୍ଷା କରାଇଥିଲେ, ଯେଉଁଥିରେ ତାଙ୍କୁ ଫିଟ୍ ଘୋଷଣା କରାଯାଇଥିଲା। ତାଙ୍କର ଡାକ୍ତରୀ ପ୍ରମାଣପତ୍ର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୈଧ ଥିଲା। ଉଡ଼ାଣ ଡ୍ୟୁଟିଜନିତ ଥକ୍କାପଣ ସମ୍ବନ୍ଧିତ କୌଣସି ସମସ୍ୟା ନ ଥିଲା।