ପୁରୀ/ବ୍ରହ୍ମଗିରି : ଆଜିଠାରୁ ଆରମ୍ଭ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ପ୍ରଥମ ଦିନରେ ଭକ୍ତଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିର ଅଣସର ଗୃହରେ ଗୁପ୍ତ ସେବା ନୀତି ଚାଲିଥିବା ସମୟରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତ ମାନେ ବଞ୍ଚିତହୋଇଥାନ୍ତି । ତେଣୁ ଭକ୍ତମାନଙ୍କୁ ଅଲାରନାଥରେ ଦର୍ଶନ ଦେଇଥାନ୍ତି ଶିଳା ବ୍ରହ୍ମଚତୁର୍ଭୁଜ ନାରାୟଣ ରୂପରେ ।
ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଭକ୍ତ ମାନେ ୧୪ ଦିନ ଧରି ଜଗନ୍ନାଥଙ୍କ ଶିଳା ବ୍ରହ୍ମ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କରିବେ । ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ଅବକାଶ,ତଡ଼ପ ଲାଗି, ବେଶ , ତୁଳସିଲାଗି,ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବାପରେ ସର୍ବସାଧାରଣ ଦର୍ଶନସକାଳ ୬ ଟାରୁ ଆରମ୍ଭ ହୋଇଛି ।