ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରୁଛି। ଏହା ବିରୋଧରେ ଆପ୍ କର୍ମଚାରୀମାନେ ସିବିଆଇ ମୁଖ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିି । ସୂଚନାନୁସାରେ, ସାଂସଦ ସଞ୍ଜୟ ସିଂହଙ୍କ ସହ ଆପର ପ୍ରାୟ ୧୦୦ ନେତା / କର୍ମଚାରୀଙ୍କୁ ସିବିଆଇ କାର୍ଯ୍ୟାଳୟ ବାହାରେ ଅଟକ ରଖାଯାଇଛି।
ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗିରଫ ହୋଇଥିବା ଆପ୍ ନେତା ଓ କର୍ମୀଙ୍କୁ ଲୋଧି କଲୋନୀ ପୋଲିସ ଷ୍ଟେସନକୁ ନିଆଯାଇଛି। ମଦ ନୀତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ସୁପାରିସ କ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି ।
ଏହି ମାମଲାରେ ସିବିଆଇ ପଚରାଉଚରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ହାଜର ହେବାକୁ ସମନ ଜାରି କରିଥିଲା । ସିସୋଦିଆ ଆଜି ପୂର୍ବାହ୍ନ ୧୧ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତା’ପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ ଯେ ତାଙ୍କ ଘରେ ୧୪ ଘଣ୍ଟା ଧରି ସିବିଆଇ ରେଡ୍ କରାଯାଇଥିଲା, କିନ୍ତୁ କିଛି ବାହାରି ନଥିଲା। ତାଙ୍କ ଲକର ମଧ୍ୟ ଯାଞ୍ଚ୍ କରାଯାଇଥିଲା ଏବଂ ସେଥିରେ ମଧ୍ୟ କିଛି ବାହାରି ନଥିଲା। ସେମାନେ ତାଙ୍କ ଗାଁରେ ମଧ୍ୟ କିଛି ପାଇ ନଥିଲେ | ତାଙ୍କ ବିରୋଧରେ ସିବିଆଇ ମିଛ ମାମଲା ରୁଜୁ କରିଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି ।
ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗୁଜରାଟ ନିର୍ବାଚନ ପାଇଁ ପ୍ରଚାରରୁ ତାଙ୍କୁ ଦୂରେଇ ରଖିବା ପାଇଁ ସିସୋଦିଆଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇ ହଇରାଣ କରାଯାଉଛି ।

October 17, 2022
0 Comment
314 Views
ସିସୋଦିଆଙ୍କୁ ଜେରା ବିରୋଧରେ ସିବିଆଇ ମୁଖ୍ୟାଳୟ ବାହାରେ ଆପର ବିକ୍ଷୋଭ, ସାଂସଦ ସଞ୍ଜୟ ସିଂହଙ୍କ ସହ ୧୦୦ ଦଳୀୟ କର୍ମୀ ଅଟକ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରୁଛି। ଏହା ବିରୋଧରେ ଆପ୍ କର୍ମଚାରୀମାନେ ସିବିଆଇ ମୁଖ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିି । ସୂଚନାନୁସାରେ, ସାଂସଦ ସଞ୍ଜୟ ସିଂହଙ୍କ ସହ ଆପର ପ୍ରାୟ ୧୦୦ ନେତା / କର୍ମଚାରୀଙ୍କୁ ସିବିଆଇ କାର୍ଯ୍ୟାଳୟ ବାହାରେ ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗିରଫ ହୋଇଥିବା ଆପ୍ ନେତା ଓ କର୍ମୀଙ୍କୁ ଲୋଧି କଲୋନୀ ପୋଲିସ ଷ୍ଟେସନକୁ... Read More