ଆଠଗଡ଼ : ଆଜିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ। ଦିନ ୧୦ଟା ପର ଠାରୁ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ଯାଇପାରିବେ। ମନ୍ଦିରକୁ ଯିବାକୁ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା ହୋଇଛି। ମଞ୍ଚେଶ୍ୱର ଘାଟ ପଟୁ ନିର୍ମିତ ହୋଇଛି ଏକ ଅସ୍ଥାୟୀ ରାସ୍ତା ।
ସୂଚନା ଯେ, ଗତ ୨୦୨୨ ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ ବାରଣ କରାଯାଇଥିଲା। ଗୁଜରାଟର ମୋର୍ବି ଝୁଲା ପୋଲ ଦୃର୍ଘଟଣା ପରେ ଧବଳେଶ୍ୱରରେ ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ୧୪୪ ଧାରା ଲାଗିଥିଲା। ବାବା ଧବଳେଶ୍ୱରଙ୍କ ପୀଠ ଖୋଲିବା ନେଇ ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।