ମୁମ୍ଵାଇ : ଆଦିପୁରୁଷ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ନେଇ ବିବାଦ ପରେ ନେପାଳର ଅନେକ ମେୟର ମିଳିତ ଭାବେ ଫିଲ୍ମର ସ୍କ୍ରିନିଂ ଏବଂ ଭାରତରେ ଅନ୍ୟ ହିନ୍ଦୀ ଚଳଚ୍ଚିତ୍ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପରବର୍ତ୍ତୀ ସମୟରେ ନେପାଳର ଏକ କୋର୍ଟ ଏହି ପ୍ରତିବନ୍ଧକକୁ ରଦ୍ଦ କରି ନେପାଳର ସ୍ଥାନୀୟ ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଥିବା ଚଳଚ୍ଚିତ୍ରର ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏବେ ଖବର ଆସିଛି ଯେ ନେପାଳରେ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଉପରେ ନିଷେଧାଦେଶ ହଟାଇ ଦିଆଯାଇଛି କିନ୍ତୁ ଏହା ଆଦିପୁରୁଷ ଉପରେ ଏହା ଜାରି ରହିଛି। ଉଲ୍ଲେଖନୀୟ କଥା ହେଉଛି, ଫିଲ୍ମରେ ଏକ ସଂଳାପ ଅଛି, ଯେଉଁଥିରେ ସୀତାଙ୍କୁ ଭାରତର ଝିଅ କୁହାଯାଏ । ନେପାଳରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। କାଠମାଣ୍ଡୁରେ ଆଦିପୁରୁଷ ବ୍ୟତୀତ ଅନେକ ସିନେମା ହଲ୍ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂ ଆରମ୍ଭ କରିଛନ୍ତି। ସେଥିରେ ହିନ୍ଦୀ ଚଳଚ୍ଚିତ୍ର ଜରା ହଟକେ ଜରା ବଚକେ ପ୍ରଦର୍ଶିତ ହେଉଛି । ନେପାଳ ମୋସନ ପିକ୍ଚର ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି।
ଏହାପୂର୍ବରୁ କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହା କହିଥିଲେ ଯେ ଆଦିପୁରୁଷରେ ସଂଳାପ ହେତୁ ଆଦିପୁରୁଷ ଏବଂ ଅନ୍ୟାନ୍ୟ ହିନ୍ଦୀ ଚଳଚ୍ଚିତ୍ର ଉପରେ ବାରଣ କରାଯାଇଛି। ଗୁରୁବାର ଦିନ ପଟନ ହାଇକୋର୍ଟର ଜଷ୍ଟିସ ଧୀର ବାହାଦୁର ଚାନ୍ଦ ଫିଲ୍ମ ସ୍କ୍ରିନିଂ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।