ନୂଆଦିଲ୍ଲୀ: ଯଦି ଆପଣଙ୍କର ୧୯ ନଭେମ୍ବର ଅର୍ଥାତ୍ ଶନିବାର ଦିନ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଅଛି, ତେବେ ସେହି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରନ୍ତୁ। କାରଣ ଏହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ କହିଛି ଯେ ନଭେମ୍ବର ୧୯ରେ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ହେବ, ଯାହା ଆସନ୍ତା ସପ୍ତାହରେ ଦେଶରେ ବ୍ୟାଙ୍କ ସେବା ଉପରେ ଗୁରୁତର ଭାବେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏଠାରେ କହି ରଖୁ ଯେ ନଭେମ୍ବର ୧୯ ହେଉଛି ତୃତୀୟ ଶନିବାର। ଯେତେବେଳେ ସମସ୍ତ ବ୍ୟାଙ୍କ ପ୍ରଥମ ଏବଂ ତୃତୀୟ ଶନିବାର ଦିନ ଖୋଲା ରହିଥାଏ।
ସୋମବାର ଏକ ନିୟାମକ ଦାଖଲରେ ବ୍ୟାଙ୍କ ଅଫ୍ ବରୋଦା (ବିଓବି) କହିଛି ଯେ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ଆନ୍ଦୋଳନ ନେଇ ନୋଟିସ୍ ଦେଇଛନ୍ତି ଏବଂ ଦର୍ଶାଇଛନ୍ତି ଯେ ସେମାନଙ୍କ ସଦସ୍ୟମାନେ ସେମାନଙ୍କ ଦାବି ପାଇଁ ୧୯ ତାରିଖରେ ଧର୍ମଘଟ ଡକରା ଦେଇଛନ୍ତି। ବ୍ୟାଙ୍କ କହିଛି ଯେ ଧର୍ମଘଟ ଦିନ ବ୍ୟାଙ୍କର ଶାଖା ଏବଂ କାର୍ଯ୍ୟାଳୟର ସୁଗମ କାର୍ଯ୍ୟ ପାଇଁ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ନେଉଛି, କିନ୍ତୁ ଧର୍ମଘଟ ହେଲେ ଶାଖା ଓ କାର୍ଯ୍ୟାଳୟର କାର୍ଯ୍ୟ ପ୍ରଭାବିତ ହୋଇପାରେ।
ଏହା ସହିତ ନଭେମ୍ବର ୧୯ରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ, ଆପଣଙ୍କ ପାଇଁ ଏହା ଜରୁରୀ ଯେ ଆଗାମୀ ୧୯ରେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କିଛି ଦିନ ପୂର୍ବରୁ ସମାଧାନ ହେବା ଉଚିତ୍। ଯାହାଦ୍ୱାରା ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବନାହିଁ। କହିବାକୁ ଗଲେ ଆଜି ନାନକ ଜୟନ୍ତୀ/କାର୍ତ୍ତିକ ପୂର୍ଣ୍ଣିମା/ରାହସ୍ ପୂର୍ଣ୍ଣିମା କାରଣରୁ ଐଜଓ୍ୱାଲ, କାନପୁର, କୋଲକାତା, ଚଣ୍ଡିଗଡ଼, ଜାମ୍ମୁ, ଜୟପୁର, ଦେହରାଡୁନ୍, ନୂଆଦିଲ୍ଲୀ, ନାଗପୁର, ବେଲାପୁର, ଭୁବନେଶ୍ୱରରେ ବ୍ୟାଙ୍କଗୁଡିକ ବନ୍ଦ ରହିଛି।