ଭୁବନେଶ୍ୱର : ଆଜିଠୁ ଖୋଲିଲା ଭୁବନେଶ୍ୱର ଏକ ନମ୍ବର ମାର୍କେଟ । ୫ ଦିନ ବନ୍ଦ ରହିବା ପରେ ବିଏମ୍ସି ପକ୍ଷରୁ ମିଳିଛି ଦାବି ପୂରଣ ନେଇ ପ୍ରତିଶ୍ରୁତି । ଆଜିଠୁ ମାର୍କେଟ ଖୋଲିବା ନେଇ ଏକ ନମ୍ବର ମାର୍କେଟ ସଭାପତି ଗୟାଧର ସ୍ବାଇଁ କହିଛନ୍ତି । ଗତକାଲି ବିଏମସି ଅତିରିକ୍ତ କମିଶନରଙ୍କ ସହ ଏସସିପି ନିଜେ ଆସି ମାର୍କେଟର ସ୍ଥିତି ପରଖିଥିଲେ । ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନ ହେବା ଯାଏଁ କିଭଳି ଅସ୍ଥାୟୀ ପାର୍କିଂକୁ ଗୁରୁତ୍ଵ ଦିଆଯିବ ଓ ଭିଡ଼ ନ ହେବା, ସେଥିପ୍ରତି ପୋଲିସ ଓ ବିଏମ୍ସି ତଦାରଖ କରିବା ସହ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଫଳରେ ରାସ୍ତା ଉପରେ ୩ ଲାଇନ୍ ପାର୍କିଂ ନ ହୋଇ ୧ ଲାଇନ୍ ପାର୍କିଂ ହେବ । ଫୁଟ୍ ପାଥକୁ ବି ଖାଲି କରାଯିବ । ଅସ୍ଥାୟୀ ବ୍ୟବସାୟୀ ଯେଉଁଭଳି ଅଧିକ ଜାଗା ଅକ୍ତିଆର ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ।