ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଏନଡିଏର ବିଜେପି-ଟିଡିପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ଆନୁଷ୍ଠାନିକ ଭାବେ ଆସନ ବୁଝାମଣା ହୋଇଛି । ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୭ଟି ଲୋକସଭା ଏବଂ ୧୪୪ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବ । ଭାରତୀୟ ଜନତା ପାର୍ଟି (ବିଜେପି) ୬ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଥିବାବେଳେ ଅଭିନେତା ପୱନ କଲ୍ୟାଣଙ୍କ ଜନସେବା ପାର୍ଟି (ଜେଏସପି)କୁ ୨ଟି ଲୋକସଭା ଏବଂ ୨୧ଟି ବିଧାନସଭା ଆସନ ପ୍ରଦାନ କରାଯାଇଛି ।
ଲୋକସଭା ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏଠାରେ ୧୭୫ଟି ବିଧାନସଭା ଆସନ ଏବଂ ୨୫ଟି ଲୋକସଭା ଆସନ ରହିଛି ।
ଟିଡିପି ସଭାପତି ଏନ୍ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ଭୋଟରମାନେ ସେମାନଙ୍କର ସେବା କରିବା ପାଇଁ ଏନଡିଏକୁ ଐତିହାସିକ ଜନାଦେଶ ଦେବେ ।