ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମ୍ସିର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଯେପରି ପାଣି ନ ଜମେ ସେ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହା ସହ ପମ୍ପ ସେଟ୍ ସଜାଗ ରଖିବାକୁ କୁହାଯାଇଛି । ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବେ । ସବୁ ଜୋନ୍ ଅଧିକାରୀ ମାନେ ୱାର୍ଡ ଉପରେ ନଜର ରଖିବାକୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅନ୍ୟ ଜାଗା ଚିହ୍ନଟ କରି ସ୍ଥିତି ପରଖିବାକୁ କୁହାଯାଇଛି ।
October 20, 2024
0 Comment
25 Views
ବାତ୍ୟା ପାଇଁ ବିଏମ୍ସିର ପ୍ରସ୍ତୁତି ବୈଠକ, ସବୁ ଅଧିକାରୀଙ୍କ ଛୁଟି ବାତିଲ
by Editor
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମ୍ସିର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଯେପରି ପାଣି ନ ଜମେ ସେ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହା ସହ ପମ୍ପ ସେଟ୍ ସଜାଗ ରଖିବାକୁ କୁହାଯାଇଛି ।... Read More