ଭୁବନେଶ୍ୱର : ଦୀର୍ଘ ସମୟର ଖୋଜାଖୋଜି ପରେ ଦୟା ନଦୀରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଗତ ଗୁରୁବାର ସେ ବୁଡି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ଲାଗି ଦୀର୍ଘ ୫ ଘଣ୍ଟା ଧରି ଅପରେସନ୍ ଚାଲିଥିବା ବେଳେ ସୁମିତେନ୍ଦ୍ରଙ୍କ ପତ୍ତା ମିଳିନଥିଲା । ତେଣୁ ରାତି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଶୁକ୍ରବାର ସକାଳେ ପୁଣି ରେସକ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା ।
ଭୁବନେଶ୍ବର ଉପକଣ୍ଠ ଦୟା ନଦୀରେ ଭାସିଯାଇଥିଲେ ନାବାଳକ । ନାବାଳକ ଜଣକ ଲିଙ୍ଗିପୁର ଇନ୍ଦିରା କଲୋନୀର ସୁମିତେନ୍ଦ୍ର ଦାସ । ଆକ୍ୱାରିୟମ ପାଇଁ ମାଛ ଆଣିବାକୁ ନଈକୁ ଯାଇଥିଲେ ସୁମିତେନ୍ଦ୍ର । ନଦୀରେ ୪ ଜଣ ସାଙ୍ଗଙ୍କ ସହିତ ଭିତରକୁ ଯାଇଥିବା ବେଳେ ଭାସିଯାଇଥିଲେ ସୁମିତେନ୍ଦ୍ର। ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ।