କେନ୍ଦୁଝର ସହରସ୍ଥିତ ନିହାଲସିଂ ଛକ ନିକଟସ୍ଥ ରାସ୍ତା କଡରେ ଆଜି ଦିନ ପ୍ରାୟ ୨,୩୦ ମିନିଟ ସମୟରେ ଦୁଇଟି ସାପ କ୍ରୀଡାରତ ଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ସେହି ରାସ୍ତା ଦେଇ ଚାଲି ଚାଲି ଯାଉଥିବା ସମୟ ରେ ରାସ୍ତା କଡ଼ରୁ କିଛି ଶବ୍ଦ ଶୁଭିଥିଲା ଓ ଦେଖିବା ବେଳକୁ ସେଠାରେ ଏକ ନାଗ ଓ ଏକ ଢମଣା ସାପ କ୍ରୀଡା ରେ ମାତିଥାନ୍ତି । ଏହି ସର୍ପ କ୍ରୀଡା ଦେଖିବାକୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ ସୁଦ୍ଧା ସାପ ଦୁଇଟି କିନ୍ତୁ ସେଥିପ୍ରତି ଦୃଷ୍ଟି ନ ଦେଇ କ୍ରୀଡା ରେ ମାତିଥିଲେ । ବିଶ୍ୱାସ ରହିଛି ଯେ ଏହି ସର୍ପ କ୍ରୀଡା ଦେଖିଲେ ବା କ୍ରୀଡା ସମୟ ରେ ସେହି ସ୍ଥାନ ରେ ଲୁଗା ପକାଇଲେ ଯଦି ସାପ ଦୁଇଟି ଲୁଗା ଉପରେ କ୍ରୀଡା କରିବେ ତେବେ ସେ ଲୁଗାକୁ ଘରେ ରଖିଲେ କୁଆଡେ ବହୁତ ଶୁଭ ହୋଇଥାଏ । ତେଣୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ସେଠାରେ ଲୁଗା ପକାଇଥିଲେ । ହେଲେ ସର୍ପ ଦୁଇଟି ସେଠାରେ କିଛି ସମୟ ଖେଳିଥିଲେ ସୁଦ୍ଧା ଲୁଗା ଉପରକୁ ନ ଆସି ସେଠାରୁ ଚାଲିଯାଇଥିଲେ ।
April 11, 2023
0 Comment
131 Views
କେନ୍ଦୁଝରରେ ନାଗ ଢମଣା ସର୍ପ କ୍ରୀଡା
କେନ୍ଦୁଝର ସହରସ୍ଥିତ ନିହାଲସିଂ ଛକ ନିକଟସ୍ଥ ରାସ୍ତା କଡରେ ଆଜି ଦିନ ପ୍ରାୟ ୨,୩୦ ମିନିଟ ସମୟରେ ଦୁଇଟି ସାପ କ୍ରୀଡାରତ ଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ସେହି ରାସ୍ତା ଦେଇ ଚାଲି ଚାଲି ଯାଉଥିବା ସମୟ ରେ ରାସ୍ତା କଡ଼ରୁ କିଛି ଶବ୍ଦ ଶୁଭିଥିଲା ଓ ଦେଖିବା ବେଳକୁ ସେଠାରେ ଏକ ନାଗ ଓ ଏକ ଢମଣା ସାପ କ୍ରୀଡା ରେ ମାତିଥାନ୍ତି । ଏହି ସର୍ପ କ୍ରୀଡା ଦେଖିବାକୁ ସେଠାରେ ଲୋକ... Read More