ନୂଆଦିଲ୍ଲୀ: ଭାରତର ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ୫ଜିକୁ ଟପି ୬ଜି ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ସରକାରୀ ଘରୋଇ କମ୍ପାନୀ ବିଏସ୍ଏନ୍ଏଲ୍(ଭାରତ ସଂଚାର ନିଗମ ଲିମିଟେଡ୍) କଇଁଛ ଠାରୁ ବି ଧୀର ଗତିରେ ଚାଲୁଛି। କମ୍ପାନୀ ଡିସେମ୍ବର ମାସରେ ଦେଶରେ ୪ଜି ଲଞ୍ଚ୍ କରିବ ବୋଲି ଘୋଷଣା କରିଛି। ତାହା ପୁଣି ପାଇଲଟ୍ ପ୍ରୋଜେକ୍ଟରେ। ଡିସେମ୍ବରେ ଦେଶର ଅଳ୍ପ କିଛି ସ୍ଥାନରେ ୪ଜିକୁ ପରୀକ୍ଷା ପୂର୍ବକ ଲଞ୍ଚ କରାଯିବ। ଏହାପରେ ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଦେଶରେ ୪ଜି ସେବା ଲାଗୁ ହୋଇଯିବା ବୋଲି ବିଏସ୍ଏନ୍ଏଲ୍ ଚେୟାରମ୍ୟାନ୍ ଏବଂ ମ୍ୟାନେଜିଂ ଡାଇରେକ୍ଟର ପିକେ ପୁରୱାର କହିଛନ୍ତି।
ପିଟିଆଇକୁ ସୂଚନା ଦେଇ ପୁରୱାର କହିଛନ୍ତି କମ୍ପାନୀ ଆସନ୍ତା ବର୍ଷ ଜୁନ୍ ମାସ ପରେ ୪ଜିକୁ ୫ଜିରେ ଅପ୍ଗ୍ରେଡ୍ କରିବାକୁ ଯୋଜନା କରୁଛି। ସେ କହିଛନ୍ତି “ଡିସେମ୍ବର ମାସରେ ବିଏସ୍ଏନ୍ଏଲ୍ ୪ଜି ସେବା ପଞ୍ଜାବରେ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ୨୦୦ ସହରକୁ ସେବା ଯୋଗାଇ ଦେବାକୁ ଆମେ ପ୍ରସ୍ତୁତି କରିସାରିଛୁ। ପଞ୍ଜାବରେ ୩ ହଜାର ସାଇଟ ଇନଷ୍ଟଲ କରିବା କାମରେ ଲାଗିଛୁ।” ବିଏସ୍ଏନ୍ଲ ଧୀରେ ଧୀରେ ଏହାର ନେଟ୍ୱାର୍କ ଲଗାଇବା କ୍ଷମତା ମାସକୁ ମାସ ୬ ହଜାର ଏବଂ ପରେ ୯ ହଜାର, ୧୨, ୧୫ ସାଇଟ୍ ଲଗାଇବ। ୨୦୨୪ ଜୁନ ସୁଦ୍ଧା ସାରା ଦେଶରେ ୪ଜି ସେବା ଚାଲୁ କରିବାକୁ ଆମର ଟାର୍ଗେଟ୍ ରହିଛି। ଏହାପରେ ଆମେ ୫ଜିକୁ ଆଗେଇବୁ ବୋଲି ପୁରୱାର କହିଛନ୍ତି।
୫ଜିକୁ ଅପ୍ଗ୍ରେଡ୍ ହେଲା ଭଳି ଦେଶରେ ୪ଜି ନେଟ୍ୱାର୍କ ବିଛାଇବାକୁ ବିଏସ୍ଏନ୍ଲ ଆଇଟି କମ୍ପାନୀ ଟିସିଏସ୍ ଓ ସରାକୀର ଆଇଟିଆଇକୁ ୧୯ ହଜାର କୋଟିର ଅର୍ଡର ଦେଇଛି। ଥରେ ୪ଜି ସେବା ଆରମ୍ଭ ହୋଇଗଲେ ୫ଜି ଲଞ୍ଚ କରିବାକୁ ବିଏସ୍ଏନ୍ଏଲ୍ ପାଖରେ ଯଥେଷ୍ଟ ସ୍ପେକ୍ଟ୍ରମ ରହିଛି ବୋଲି ଏହାର ମ୍ୟାନେଜିଂ ଡାଇରେକ୍ଟର ମ୍ୟାନେଜିଂ ଡାଇରେକ୍ଟର ପିକେ ପୁରୱାର କହିଛନ୍ତି।