ଭୁବନେଶ୍ବର: ଓଡ଼ିଶାର ନବନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଗୁରୁବାର ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶୁକ୍ରବାର ବିଜେପିର ସଂସଦୀୟ ଦଳ ବୈଠକ ବସିବ। ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦକୁ ଭେଟିବେ ନବନିର୍ବାଚିତ ସାଂସଦ। ସାଂସଦମାନେ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆସନ୍ତାକାଲିର ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି।
June 6, 2024
0 Comment
57 Views
ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା, ଆସନ୍ତାକାଲି ଘୋଷଣା ହେବ ମୁଖ୍ୟମନ୍ତ୍ରୀ ନାଁ !
by Editor
ଭୁବନେଶ୍ବର: ଓଡ଼ିଶାର ନବନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଗୁରୁବାର ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶୁକ୍ରବାର ବିଜେପିର ସଂସଦୀୟ ଦଳ ବୈଠକ ବସିବ। ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦକୁ ଭେଟିବେ ନବନିର୍ବାଚିତ ସାଂସଦ। ସାଂସଦମାନେ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ... Read More