ନୂଆଦିଲ୍ଲୀ: ଇସ୍ରୋ ପାଇଁ ଶନିବାର ଏକ ଖାସ୍ ଦିନ ଥିଲା | ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍୧ ସଫଳତାର ସହ ଉତକ୍ଷେପଣ ହୋଇଛି । ଅନ୍ୟପକ୍ଷରେ ଚନ୍ଦ୍ରଯାନ-୩ ର ରୋଭର ‘ପ୍ରଜ୍ଞା’ ମଧ୍ୟ ଶନିବାର ଜହ୍ନ ରାଇଜରେ ଏକ ନିଆରା କୀର୍ତ୍ତିମାନ ସୃଷ୍ଟି କରିଛି । ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ରୋଭର ଚନ୍ଦ୍ର ପୃଷ୍ଠରେ ୧୦୦ ମିଟର ରାସ୍ତା ଅତିକ୍ରମ କରିଛି । ଏବଂ ସେ ଆଗକୁ ବଢିବାରେ ଲାଗିଛି ।
ଚନ୍ଦ୍ରଯାନ-୩ ରୋଭରର ଏହି ସଫଳତାକୁ ଇସ୍ରୋ କ୍ରିକେଟ୍ ଭାଷାରେ ବର୍ଣ୍ଣନା କରିଛି | ଇସ୍ରୋ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛି, ଚନ୍ଦ୍ରଯାନ-୩ ମିଶନର, ପ୍ରଜ୍ଞା ୧୦୦ ନଟ୍ଆଉଟ୍। ଏସବୁ ମଧ୍ୟରେ ପ୍ରଜ୍ଞା ରୋଭର ଚନ୍ଦ୍ରରେ ଏପର୍ଯ୍ୟନ୍ତ ୧୦୦ ମିଟର ଦୂରତା ଅତିକ୍ରମ କରି କ୍ରମାଗତ ଆଗକୁ ବଢ଼ୁଛି ।