କେନ୍ଦୁଝର, ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।ଜିଲ୍ଲାର ,ଚମ୍ପୁଆ,ଯୋଡା, ବଡ଼ବିଲ,ଆନନ୍ଦପୁର ଏବଂ କେନ୍ଦୁଝର ସହର ର ପ୍ରତି ଘରକୁ ୨୪ ଘଣ୍ଟିଆ ପାନିୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି।ଏଥି ଯୋଗୁଁ କେନ୍ଦୁଝର ଜିଲ୍ଲାର ୪ ପୌରପାଳିକା ଏବଂ ଗୋଟିଏ ଏନ ଏ ସିର ଲକ୍ଷଲକ୍ଷ ଲୋକ ଉପକୃତ ହେବେ। ସୂଚନା ଅନୁସାରେ ଚମ୍ପୁଆ ଏନ ଏ ସି ର ସମଗ୍ର ସହରର ୧୩ ଟି ୱାର୍ଡ ରେ ରହୁଥିବା ୧୫ ହଜାର ୫୦୦ ଲୋକ ଉପକୃତ ହେବେ। ସେହିପରି କେନ୍ଦୁଝରଗଡ଼ ପୌରପାଳିକାର ୪ ଟି ୱାର୍ଡର ୧୦ ହଜାର, ଆନନ୍ଦପୁର ପୌରପାଳିକା ୪ ଟି ୱାର୍ଡର ୯ ହଜାର ୫୦୦ ଲୋକ,ଯୋଡ଼ା ପୌରପାଳିକା ୧ ଟି ୱାର୍ଡର ୪ ହଜାର ଲୋକ, ବଡ଼ବିଲ ପୌରପାଳିକା ୨ ଟି ୱାର୍ଡ ର ୭ ହଜାର ୫୦୦ଲୋକଙ୍କ ସମେତ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ।ଉକ୍ତ ଲୋକ ମାନେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ପାଇପାରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଭାସି ଉଦ୍ଘାଟନ କାର୍ଯ୍ୟକ୍ରମରେ ଚମ୍ପୁଆରେ ବିଧାୟିକା,କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, କେନ୍ଦୁଝରର ସଦର ବିଧାୟକ ମୋହନଚରଣ ମାଝୀ ଏବଂ ପୋୖରାଧକ୍ଷା ନିକୁ ସାହୁ ଓ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ଉପସ୍ଥିତ ଥିବାବେଳେ ଜଳସାଥୀ ମନେ ଉପସ୍ଥିତ ଥିଲେ।
October 9, 2023
0 Comment
175 Views
ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।ଜିଲ୍ଲାର ,ଚମ୍ପୁଆ,ଯୋଡା, ବଡ଼ବିଲ,ଆନନ୍ଦପୁର ଏବଂ କେନ୍ଦୁଝର ସହର ର ପ୍ରତି ଘରକୁ ୨୪ ଘଣ୍ଟିଆ ପାନିୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି।ଏଥି ଯୋଗୁଁ କେନ୍ଦୁଝର ଜିଲ୍ଲାର ୪ ପୌରପାଳିକା ଏବଂ ଗୋଟିଏ ଏନ ଏ ସିର ଲକ୍ଷଲକ୍ଷ ଲୋକ ଉପକୃତ ହେବେ। ସୂଚନା ଅନୁସାରେ ଚମ୍ପୁଆ ଏନ ଏ... Read More