ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଉଛି । ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍ଇ ଢାଞ୍ଚାରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ବିଷୟର ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ନିୟମିତ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ଅନୁସାରେ ୨୦୨୪ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଦେବେ। ସିଏଚ୍ଏସ୍ଇ ୱେବ୍ସାଇଟ୍ରେ ଏହି ପାଠ୍ୟକ୍ରମ ଉପଲବ୍ଧ ରହିଛି। ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଅନ୍ୟ ବିଷୟଗୁଡ଼ିକ ୨୦୨୪ ବାର୍ଷିକ ପରୀକ୍ଷା ପାଇଁ ଅପରିବର୍ତ୍ତିତ ରହିଛି। ସେହିପରି ୨୦୨୩-୨୪ ଶିକ୍ଷାବର୍ଷରେ ଗଣିତ ବିଷୟ ନେଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନୂଆ ପାଠ୍ୟକ୍ରମ ଅନୁସାରେ ହେବ। ଦ୍ୱାଦଶ ବା ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମରେ ପରୀକ୍ଷା ଦେବେ। କଳା ଏବଂ ବାଣିଜ୍ୟର ସମସ୍ତ ବିଷୟ ଏବଂ ବିଜ୍ଞାନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଜୀବ ବିଜ୍ଞାନ ବିଷୟକୁ ବାଦ୍ ଦେଲେ ଅନ୍ୟ ବିଷୟଗୁଡ଼ିକ ୨୦୨୩ ନାମଲେଖା ବ୍ୟାଚ୍ ପାଇଁ ଅପରିବର୍ତ୍ତିତ ରହିଛି।

August 1, 2023
0 Comment
46 Views
ସିବିଏସଇ ଢାଞ୍ଚାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ପରିବର୍ତ୍ତନ କଲା ସିଏଚଏସଇ
by Editor
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଉଛି । ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍ଇ ଢାଞ୍ଚାରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ବିଷୟର ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ନିୟମିତ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ଅନୁସାରେ ୨୦୨୪ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଦେବେ। ସିଏଚ୍ଏସ୍ଇ ୱେବ୍ସାଇଟ୍ରେ ଏହି ପାଠ୍ୟକ୍ରମ ଉପଲବ୍ଧ ରହିଛି। ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର... Read More