ମାଲକାନଗିରି : ଆଜି ୧୨ ଘଣ୍ଟିଆ ମାଲକାନଗିରି ଜିଲା ବନ୍ଦ । ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ । ସମଗ୍ର ମାଲକାନଗିରି ଜିଲାରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ମାଲକାନଗିରି ଜିଲାରେ ୨୭୭ଟି ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୩୮ଜଣ । ୩୦୦ ଶଯ୍ୟା ବିଶିଷ୍ଟ ଜିଲା ସଦର ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ରହିଛି ୨୦୦ଟି ବେଡ୍ । କିଡନି ରୋଗୀଙ୍କ ଲାଗି ୨୦ ଟି ଡାୟଲିସିସ୍ ମେସିନ୍ ଲଗାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସେଠାରେ ରହିଛି ମାତ୍ର ୭ଟି ମେସିନ । ତିନି କିଲୋମିଟର ଦୁରରେ ରହିଛି ରକ୍ତ ଭଣ୍ଡାର ।
୧୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଇଡି କଲେଜ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ । ୩୦ ବର୍ଷ ତଳେ ଆଦିବାସୀ ଲୋକଙ୍କୁ ରାଜୀବ ଗାନ୍ଧୀ ବିଦ୍ୟୁତ ଜ୍ୟୋତି ଯୋଜନାରେ ମାଗଣା କରେଣ୍ଟ ଦିଆଯାଇଥିବା ବେଳେ ଟାଟା ପାୱାର କମ୍ପାନୀ ଏବେ ସେହି ଆଦିବାସୀ ଲୋକଙ୍କୁ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ବିଲ୍ ଦେଇଛି । ଏହା ସହ ଯୁବକ ଯୁବତୀ ମାନଙ୍କ ବେରୋଜଗାର ଭିତ୍ତିକ ସମସ୍ୟାକୁ ନେଇ ଆନ୍ଦୋଳକୁ ଓହ୍ଲାଇଛି କଂଗ୍ରେସ ।