ବାଲେଶ୍ୱର : ବାଲେଶ୍ୱର ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ହଟାଯାଇଛି। ଜିଲ୍ଲାପାଳ ଆଶିଷ ଠାକରେ କର୍ଫ୍ୟୁ ହଟିବା ନେଇ ସୂଚନା ଦେଇଛନ୍ତି। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ସହରରେ କର୍ଫ୍ୟୁ ଲାଗିଥିଲା। ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେବା ପରେ କୋହଳ ହୋଇଥିଲା କଟକଣା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ କର୍ଫ୍ୟୁ ହଟାଯାଇଥିଲା। ଆଜି ସହରରୁ କର୍ଫ୍ୟୁ ସଂପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି।
ଗତ ୧୭ ତାରିଖ ସୋମବାର ବାଲେଶ୍ୱର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ।