କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଳ ପେନସନ୍ ସ୍କିମ୍ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ସେ ପାଖାପାଖି ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ରସାନନ୍ଦଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।
March 21, 2024
0 Comment
112 Views
ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ: ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗ
by Editor