କେନ୍ଦୁଝର, କେନ୍ଦୁଝର ସହରର ଡିଏଭି ପବ୍ଲିକ ସ୍କୁଲ ରେ ଗୁରୁବାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସହରର ବିଜ୍ଞାନ ଭିତ୍ତିକ କାର୍ଯ୍ୟକର୍ତ୍ତା ସଞ୍ଜୟ ବସନ୍ତ ଚକ୍ର, ସମ୍ମାନୀୟ ଅତିଥି ଆଇ.ଡ଼ି.ବି.ଆଇ ବ୍ୟାଙ୍କ ପ୍ରବନ୍ଧକ ସ୍ମୃତି ରଂଜନ ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଦାସ,ସଂପାଦକ ଶ୍ରୀଯୁକ୍ତ ଦଶରଥ ବିଶ୍ବାଳ,ବରିଷ୍ଠ ଉପଦେଷ୍ଟା ରାମନାରାୟଣ ଦ୍ବିବେଦୀ ବିଦ୍ୟାଳୟର ଅଧ୍ୟକ୍ଷ ସ୍ବପ୍ନେନ୍ଦୁ ପଟ୍ଟନାୟକ ପ୍ରଦର୍ଶନୀ ର ଉଦଘାଟନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।ଆୟୋଜିତ ସଭାର ଆରମ୍ଭ ପର୍ଯ୍ୟାୟରେ ସମସ୍ତ ନମନ୍ତ୍ରିତ ଅତିଥି ତଥା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ହୋଇ ତିନିଥର ଗାୟତ୍ରୀମନ୍ତ୍ର ଉଚ୍ଚାରଣ କରାଯାଇଥିଲା।ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ସିପ୍ରା ଶ୍ରାବଣୀ ଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ଓ ଛାତ୍ରୀ ତନିଷ୍କା ସାମଲ ଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଉପସ୍ଥାପିତ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିଥିଲେ ଓ ବିଜ୍ଞାନ କ୍ଷେତ୍ରରେ ମନୋନିବେଶ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲେ।ଏହି ପ୍ରଦର୍ଶନୀରେ ସମୁଦାୟ ୧୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ନିମ୍ନ କନିଷ୍ଠ ବର୍ଗର ୩୨ଟି ପ୍ରକଳ୍ପ,କନିଷ୍ଠ ବର୍ଗର ୨୬ ଟି ପ୍ରକଳ୍ପ ନିମ୍ନ ବରିଷ୍ଠ ବର୍ଗର ୨୨ଟି ପ୍ରକଳ୍ପ ଓ ବରିଷ୍ଠ ବର୍ଗର ୪୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ପ୍ରକଳ୍ପ ପ୍ରଦର୍ଶନୀର ବିଚାରକ ଭାବରେ କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟ ଡିମ୍ବୋର ଭୂତତ୍ତ୍ବ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଅଭିଳାଷ ଦାସ ଓ ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ମହାନ୍ତ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ।ନିମ୍ନ କନିଷ୍ଠ ବର୍ଗରୁ ତୃତୀୟ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅବର୍ଣ୍ଣା ସରସ୍ଵତୀ ସାହୁ ପ୍ରଥମ,ଦ୍ବିତୀୟ ଶ୍ରେଣୀର ଛାତ୍ର ରୁଦ୍ରାଶଂ ଦାଶ ଦ୍ବିତୀୟ ଓ ପ୍ରଥମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ତନିଷ୍ଠା ତନୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।କନିଷ୍ଠ ବର୍ଗରୁ ଚତୁର୍ଥ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରିୟାଂଶୀ ପଣ୍ଡା ଓ ଚତୁର୍ଥ ଶ୍ରେଣୀର ଛାତ୍ର ବିନାୟକ ନନ୍ଦନ ରାୟ ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଚତୁର୍ଥ ଶ୍ରେଣୀର ଛାତ୍ରୀ ପ୍ରିୟାଂଶୁ ମହାକୁଡ ଏବଂ ସେହି ଚତୁର୍ଥ ଶ୍ରେଣୀର ଛାତ୍ର ଆଶୁତୋଷ ସାହୁ,ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ପ୍ଲମ ଶ୍ରେଣୀର ଛାତ୍ରୀ ଅଭୀଲିପ୍ସା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ନିମ୍ନ ବରିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଆକାଂକ୍ଷା ସାହୁ ଓ ସ୍ମୃତି ସିହ୍ନା ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସପ୍ତମ ଶ୍ରେଣୀର ଛାତ୍ର ଆଲୋକ ମିଶ୍ର ଦ୍ଵିତୀୟ ସ୍ଥାନ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅକ୍ଷିତି କିରଣ ସ୍ମାଇଁ ଓ ପ୍ରିୟଙ୍କା ନାୟକ ଯୁଗ୍ମ ତୃତୀୟ ସ୍ନାନ ଅଧିକାର କରିଛନ୍ତି।ବରିଷ୍ଠ ବର୍ଗରେ ନବମ ଶ୍ରେଣୀର ଛାତ୍ର ଅଂଶୁମାନ ମିଶ୍ର ପ୍ରଥମ,ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୁଧାସ୍ମିତା ନାୟକ ଦ୍ବିତୀୟ ସ୍ଥାନ ଏବଂ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ନମସ୍ୟା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଆଜି ପ୍ରଦର୍ଶନୀର ଉଦ୍ଯାପନ ଉତ୍ସବର ଅବ୍ୟବହିତ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରଦର୍ଶନୀ ବୁଲି ଦେଖିଥିଲେ।ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ପ୍ରତି ଥିବା ଆଗ୍ରହ ଓ ଉତ୍ସାହର ପ୍ରଶଂସା ମଧ୍ୟ କରିଥିଲେ।ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବିଜ୍ଞାନ ମନସ୍କ ହେବା
ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ପ୍ରେରଣା ଯୋଗାଇ ଥିଲେ।ଆମ ଜୀବନରେ ବିଜ୍ଞାନ ର ଉପାଦେୟତା ସମ୍ବନ୍ଧରେ ମତ ଉପସ୍ଥାପନା କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ବପ୍ନେନ୍ଦୁ ପଟ୍ଟନାୟକ ବିଜ୍ଞାନ ଭିତ୍ତିକ ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥି ମାନଙ୍କ ଦ୍ବାରା ବିଜୟୀ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ସନନ୍ଦ ପତ୍ର ପ୍ରଦାନ କରାଯାଇଥିଲା।ସମସ୍ତ ପ୍ରତିଯୋଗିକୁ ବିଦ୍ୟାଳୟ ତରଫରୁ ସନନ୍ଦ ପତ୍ର ପ୍ରଦାନ କରାଇଥିଲା।ଦୁଇଦିନ ଧରି ଏହି କାର୍ଯକ୍ରମ ଅନେକ ଉତ୍ସାହର ସହିତ ପାଳିତ ହୋଇଛି।ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ଏବଂ ଷଷ୍ଠ ଶ୍ରେଣୀର ଛାତ୍ର ଶରଣ ବିନାୟକ ସାହୁ ଯାନ୍ତ୍ରିକ ସଂଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନୋରଂଜନ କରିଥିଲେ।ଏହି ଉତ୍ସବ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷ ଙ୍କ ମିଳିତ ସହଯୋଗରେ ସଫଳ ହୋଇଛି।ଉତ୍ସବର ସଭା ପରିଚାଳନା ବିଦ୍ୟାଳୟର ଶିକ୍ଷୟିତ୍ରୀ ଜିତୁ ପାଣିଗ୍ରାହୀ ଓ ଶିକ୍ଷକ ଶ୍ରୀଯୁକ୍ତ ଜୋଗେନ୍ଦ୍ର ମହାନ୍ତଙ୍କ ଦ୍ବାରା ସଂପନ୍ନ ହୋଇଥିଲା।ଶେଷରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ବୀଣାପାଣି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
November 17, 2023
0 Comment
181 Views
ଡିଏଭି ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ ଉଦଯାପିତ
କେନ୍ଦୁଝର, କେନ୍ଦୁଝର ସହରର ଡିଏଭି ପବ୍ଲିକ ସ୍କୁଲ ରେ ଗୁରୁବାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସହରର ବିଜ୍ଞାନ ଭିତ୍ତିକ କାର୍ଯ୍ୟକର୍ତ୍ତା ସଞ୍ଜୟ ବସନ୍ତ ଚକ୍ର, ସମ୍ମାନୀୟ ଅତିଥି ଆଇ.ଡ଼ି.ବି.ଆଇ ବ୍ୟାଙ୍କ ପ୍ରବନ୍ଧକ ସ୍ମୃତି ରଂଜନ ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଦାସ,ସଂପାଦକ ଶ୍ରୀଯୁକ୍ତ ଦଶରଥ ବିଶ୍ବାଳ,ବରିଷ୍ଠ ଉପଦେଷ୍ଟା ରାମନାରାୟଣ ଦ୍ବିବେଦୀ ବିଦ୍ୟାଳୟର ଅଧ୍ୟକ୍ଷ ସ୍ବପ୍ନେନ୍ଦୁ ପଟ୍ଟନାୟକ ପ୍ରଦର୍ଶନୀ... Read More