ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣିଥରେ ନୋଟିସ୍ ପଠାଇଛି। ଇଡି ତାଙ୍କୁ ନୋଟିସ୍ ଜାରି କରି ଡିସେମ୍ବର ୨୧ରେ ହାଜର ହେବାକୁ କହିଛି। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ଏହା ହେଉଛି ଇଡିର ଦ୍ୱିତୀୟ ସମନ। ପୂର୍ବରୁ ଡିସେମ୍ବର ୨ରେ ମଧ୍ୟ ଇଡି ନୋଟିସ୍ ପଠାଇଥିଲା। କିନ୍ତୁ କେଜ୍ରିଓ୍ଵାଲ ଏହାକୁ ବେଆଇନ ବୋଲି କହି ନୋଟିସ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଏବଂ ଇଡିରେ ହାଜର ହୋଇ ନ ଥିଲେ।
ତେବେ ଇଡି କେଜ୍ରିଓ୍ଵାଲଙ୍କୁ ଏମିତି ସମୟରେ ସମନ ପଠାଇଛି, ଯେତେବେଳେ କି, ସେ ବିପଶନ ପାଇଁ ଯାଉଛନ୍ତି। ଡିସେମ୍ବର ୧୯ରେ କେଜ୍ରିଓ୍ଵାଲ ବିପଶନ ପାଇଁ ଯାତ୍ରାରେ ବାହାରିବେ। ପ୍ରତ୍ୟେକ ବର୍ଷ ସେ ୧୦ ଦିନିଆ ଧ୍ୟାନ କୋର୍ସ କରିବା ପାଇଁ ଯାଆନ୍ତି। ଚଳିତ ବର୍ଷ ମଧ୍ୟ ସେ ଡିସେମ୍ବର ୧୯ରୁ ୩୦ ପର୍ଯ୍ୟନ୍ତ ବିପଶନରେ ରହିବେ।