ଭୁବନେଶ୍ୱର : ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ବୃଦ୍ଧି ଦାବି । ବିଧାନସଭାରେ ବୁଧବାର ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଏହି ଦାବି କରିଛନ୍ତି । ତାରା ପ୍ରସାଦ ବାହିନୀପତି, ସନାତନ ବିଜୁଳି, ପୂର୍ଣ୍ଣ ସେଠୀ ଦାବି ଉଠାଇଛନ୍ତି । ବିଧାୟକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।
ସୂଚାନୁଯାୟୀ, ୨୦୧୭ରେ ଶେଷ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ଅଧିବେଶନରେ ଦୈନିକ ଯୋଗ ଦେବା ପାଇଁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା ।