ବାଲେଶ୍ୱର : ଆଜି ବାଲେଶ୍ୱର ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଅଲିମକୋ, ଭୁବନେଶ୍ୱରର ନିରୂପଣକାରୀ ସଂସ୍ଥା ଦ୍ୱାରା ସଦର ବ୍ଲକ ପାଇଁ ଅନୁଷ୍ଠିତ ଦିବ୍ୟାଙ୍ଗ ଉପକରଣ ନିରୂପଣ ଶିବିରକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ପରିଦର୍ଶନ କରି ସହର ତଥା ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗ ମାନଙ୍କୁ ଯଥାଶୀଘ୍ର ପଞ୍ଜିକରଣ କରି ତିନିଚକିଆ ସାଇକେଲ ପ୍ରଦାନ ପାଇଁ ଉପସ୍ଥିତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ କରିଥିଲେ l ଏଥିସହ ସେମାନଙ୍କ ଘରକୁ ସେହି ସାଇକେଲ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ଯାହା ଫଳରେ ଦିବ୍ୟାଙ୍ଗ ମାନେ ଘର ପାଖରେ ସେମାନଙ୍କ ସାଇକେଲ ପାଇପାରିବେ ଏବଂ ସେମାନଙ୍କୁ ଆଉ ବାଲେଶ୍ୱର ଆସିବାକୁ ପଡ଼ିବନି l ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସୁନିତା ବେହେରା, ୱାର୍ଡ଼ କାଉଁସିଲର ଶ୍ରୀମତୀ ଶଶୀରେଖା ମହାନ୍ତି, ବିଧାୟକଙ୍କ ନଗର ପ୍ରତିନିଧି ମନୋଜ ରାଉତ, ବ୍ଲକ ଉନ୍ନୟନ ଅଧିକାରୀ ନଗେନ୍ଦ୍ର ନାଥ ଖମାରି, ସଞ୍ଜୟ ବେହେରା, ପଞ୍ଚାୟତ ସ୍ତରୀୟ ନେତୃତ୍ୱ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ l

August 3, 2022
0 Comment
417 Views
ଦିବ୍ୟାଙ୍ଗ ଉପକରଣ ନିରୂପଣ ଶିବିର ଅନୁଷ୍ଠିତ
by Editor
ବାଲେଶ୍ୱର : ଆଜି ବାଲେଶ୍ୱର ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଅଲିମକୋ, ଭୁବନେଶ୍ୱରର ନିରୂପଣକାରୀ ସଂସ୍ଥା ଦ୍ୱାରା ସଦର ବ୍ଲକ ପାଇଁ ଅନୁଷ୍ଠିତ ଦିବ୍ୟାଙ୍ଗ ଉପକରଣ ନିରୂପଣ ଶିବିରକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ପରିଦର୍ଶନ କରି ସହର ତଥା ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗ ମାନଙ୍କୁ ଯଥାଶୀଘ୍ର ପଞ୍ଜିକରଣ କରି ତିନିଚକିଆ ସାଇକେଲ ପ୍ରଦାନ ପାଇଁ ଉପସ୍ଥିତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ କରିଥିଲେ l ଏଥିସହ ସେମାନଙ୍କ... Read More