ସମ୍ବଲପୁର : ଆମ୍ରପଲ୍ଲୀ, ଲେଙ୍ଗଡ଼ା, ଦଶେରୀ, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ ଏମିତି ଆହୁରି ଅନେକ ଭଳିକି ଭଳି ଆମ୍ବ ଦେଖିବାକୁ ପାଇବେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ର ପ୍ରାଙ୍ଗଣରେ ।
ଜିଲା ପ୍ରଶାସନ ଏବଂ ଓରମାସ ର ମିଳିତ ସହଯୋଗ ରେ ଆୟୋଜିତ ଜିଲାସ୍ତରୀୟ ଆମ୍ବ ଉତ୍ସବ ଗାଁ ଆମ୍ବ ପସରା କୁ ଆଜି ଜିଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି। ଏହି ଗାଁ ଆମ୍ବ ପସରା ୨୦ ଜୁନ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଜିଲାର ଚାଷୀ ଉତ୍ପାଦନ କରିଥିବା ଭଳିକି ଭଳିକି ଆମ୍ବ ସୁଲଭ ମୂଲ୍ୟରେ ଲୋକ କିଣି ପାରିବେ। ସକାଳ ୮ ଟା ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଗାଁ ଆମ୍ବ ପସରା ଖୋଲା ରହିବ। ଉଦଘାଟନି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଓରମାସ ର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଡିପିଏମ ଓଏଲଏମ ଡ଼. ପୁଷ୍ପଶ୍ରୀ ନାୟକ, ଡିପିଏମ ମିଶନଶକ୍ତି ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।