ରାଞ୍ଚି: ଝାଡ଼ଖଣ୍ଡର ଟେଣ୍ଡର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ୍ୟର ଅନେକ ସ୍ଥାନରେ ସୋମବାର ଚଢ଼ାଉ କରିଛି। ନିଲମ୍ବିତ ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର ରାମ ଏବଂ ତାଙ୍କ ନିକଟତମ ଲୋକଙ୍କ ସହ କିଛି ରାଜନେତାଙ୍କ ଠିକଣାରେ ବି ରେଡ୍ ହୋଇଛି । ଚଢ଼ାଉ ବେଳେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲାମଗିରଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ କରିଛି ଇଡି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସକାଳେ ରାଞ୍ଚିରେ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏ ସଞ୍ଜୀବ କୁମାର ଏବଂ ଅନ୍ୟ ମାନଙ୍କ ଘରେ ଚଢାଉ ଆରମ୍ଭ କରିଥିଲା। ସଞ୍ଜୀବ କୁମାରଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରାଯାଇଛି। ଜବତ ପରିମାଣ ୨୫ କୋଟିରୁ ଅଧିକ ହୋଇପାରେ ବୋଲି କୁହାଯାଇଛି।
ଫେବୃଆରୀ ୨୦୨୩ରେ ମନି ଲଣ୍ଡରିଂ ମାମଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ବିରେନ୍ଦ୍ର ରାମ ଏବେ ବି ଜେଲରେ ଅଛନ୍ତି।