ଭୁବନେଶ୍ୱର : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ବୁଧବାର ଦ୍ୱିତୀୟ ଦିନରେ ଅର୍ଚ୍ଚନା ନାଗଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ହନିଟ୍ରାପ, ବ୍ଲାକମେଲିଂରେ କଣ ରହିଛି ଅର୍ଚ୍ଚନାଙ୍କ ଆର୍ଥିକ କାରବାର ଏହାକୁ ନେଇ ଜେରା କରିବ ଇଡି । ଅର୍ଚ୍ଚନାଙ୍କ ଠାରୁ ସତ ଓଗାଳିବାକୁ ପ୍ରଶ୍ନ କରିପାରେ ଇଡି ।
ସେହିପରି ପୁରା ଘଟଣାକ୍ରମରେ ସାମିଲ ଥିବା ଏକାଧିକ ବ୍ୟକ୍ତିଙ୍କ ସହ ମୁହାଁମୁହିଁ କରିପାରେ । କାହାକୁ କରୁଥିଲେ ବ୍ଲାକମେଲ ଏବଂ କେଉଁମାନେ ଦେଉଥିଲେ ଟଙ୍କା । ଏଭଳି ପ୍ରଶ୍ନର ଉତର ଖୋଜିବା ସହ ଖୋଲିପାରେ ଗୁମର । ହନିଟ୍ରାପ୍ ଓ ବ୍ଲାକମେଲ କରି ଅର୍ଚ୍ଚନାଙ୍କ ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇଥିବା ଚାରିଆଡେ ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ନେତା, ମନ୍ତ୍ରୀ ପଡିଥିବା ଆଲୋଚନା ହେଉଛି । କିନ୍ତୁ ପ୍ରକୃତରେ ସତ କଣ ଜାଣିବା ପାଇଁ ଅର୍ଚ୍ଚନାଙ୍କୁ କିଛି ଏମିତି ଢଙ୍ଗରେ ଇଡି ଅଧିକାରୀ ପ୍ରଶ୍ନ କରିପାରନ୍ତି । ସେପଟେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା କହିଛନ୍ତି, ସେ ଅପେକ୍ଷା କରିଥିଲେ କେବେ ଇଡିର ତଦନ୍ତ ଆରମ୍ଭ ହେବ ।
ମଙ୍ଗଳବାର ଗଣମାଧ୍ୟମ ଆଗରେ ଖୋଲାଖୋଲି ଚେତାବନୀ ଦେଇଥିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । କହିଥିଲା କାହାକୁ ଛାଡିବିନି ସବୁ ଗୁମର ଖୋଲିବି । କହିଥିଲେ ୩୦ ମିନିଟ୍ରେ ପ୍ରମାଣ ସହ ଏକ୍ସକ୍ଲୁସିଭ୍ ତଥ୍ୟ ଦେବି । ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଥିଲି । କୁଆଡ଼େ ଗଲା ଶ୍ରଦ୍ଧାଞ୍ଜଳି । ୨ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ ।