ଭଞ୍ଜନଗର: ଗଞ୍ଜାମ ଜିଲା ତାରସିଂ ଥାନା କୁପାଟି ଗ୍ରାମରେ ଜଣେ ବିଦ୍ୟୁତ୍ ମିଟର ରିଡର୍ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨ ବର୍ଷ) ଙ୍କୁ ସୋମବାର ପୂର୍ବାହ୍ନ ୧୧ଟା ବେଳେ ହତ୍ୟା କରାଯାଇଛି। ଗାଲେରି ଗ୍ରାମର ବାସିନ୍ଦା ଲକ୍ଷ୍ମୀ ନାରାୟଣ କୁପାଟି ଗ୍ରାମରେ ଘରକୁ ଘର ବୁଲି ମିଟର ରିଡିଂ ନେଉଥିବା ବେଳେ ଅଚାନକ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟ ପରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀ ନାରାୟଣଙ୍କ ଜୀବନ ଚାଲି ଯାଇଥିଲା। ଅଧିକ ବିଲ୍ ଆସୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କ୍ଷୁବ୍ଧ ହୋଇ ଗୋବିନ୍ଦ ସେଠୀ, ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ।

August 7, 2023
0 Comment
184 Views
ଭଞ୍ଜନଗରରେ ବିଦ୍ୟୁତ୍ ମିଟର ରିଡରଙ୍କୁ ହତ୍ଯା
by Editor
ଭଞ୍ଜନଗର: ଗଞ୍ଜାମ ଜିଲା ତାରସିଂ ଥାନା କୁପାଟି ଗ୍ରାମରେ ଜଣେ ବିଦ୍ୟୁତ୍ ମିଟର ରିଡର୍ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨ ବର୍ଷ) ଙ୍କୁ ସୋମବାର ପୂର୍ବାହ୍ନ ୧୧ଟା ବେଳେ ହତ୍ୟା କରାଯାଇଛି। ଗାଲେରି ଗ୍ରାମର ବାସିନ୍ଦା ଲକ୍ଷ୍ମୀ ନାରାୟଣ କୁପାଟି ଗ୍ରାମରେ ଘରକୁ ଘର ବୁଲି ମିଟର ରିଡିଂ ନେଉଥିବା ବେଳେ ଅଚାନକ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟ ପରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀ ନାରାୟଣଙ୍କ... Read More