ବାରଙ୍ଗ : ନନ୍ଦନକାନନରେ ଅଘଟଣ । ରୋପ୍ ୱେ କାମ ବେଳେ ସର୍ଟ ସର୍କିଟ୍ ଯୋଗୁଁ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଏ ଚିକିତ୍ସା ପାଇଁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରୋପ୍ ୱେ କାମ ବେଳେ ସେଠାରେ ଥିବା ଇଲେକ୍ଟ୍ରିକାଲ ବକ୍ସ ସର୍ଟ ସର୍କିଟ୍ ଯୋଗୁଁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ସେଠାରେ ଥିବା ଦୁଇ ଜଣ କର୍ମଚାରୀଙ୍କ ଉପରେ ବିସ୍ଫୋରଣରେ ବାହାରି ଥିବା ଗରମ ତେଲ ପଡ଼ିଯିବାରୁ ତାଙ୍କ ଶରୀରର ୬୦ ଭାଗ ଜଳି ଯାଇଥିଲା । ଦୁଇ କର୍ମଚାରୀଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।