କେନ୍ଦୁଝର, କେନ୍ଦୁଝର ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଦଭାବନା” ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର ର ମିଳିତ ଆନୁକୁଲ୍ୟରେ ୨୫ ଓ ୨୬ ନଭେମ୍ବର ରେ ଏକ ଦୁଇ ଦିନିଆ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ପ୍ରୟାସ ସେବା ଗ୍ରାମ, ରଘୁନାଥପୁର, ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ର ପ୍ରଥମ ଦିନରେ ସଦଭାବନା ଅନୁଷ୍ଠାନର ୭୦ ଜଣ ଭିନ୍ନକ୍ଷମ ଶିଶୁଙ୍କ ସମେତ ୨୫ ଜଣ କର୍ମକର୍ତ୍ତା ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ସ୍ଥାନୀୟ ଅଞ୍ଚଳର ୨୫୦ ରୁ ଉର୍ଦ୍ଧ ବୟସ୍କ ନାଗରିକ ମାନଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ଏହି ଶିବିର ରେ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝରର କର୍ଣ୍ଣାଟ କିଶୋର ଜେନା, ଅଶେଷାନନ୍ଦ ଦାସ, ରୁଦ୍ରନାରାୟଣ ଲୋହାର, ନିହାରିକା ନାୟକ, ମମତା ପାତ୍ର, ଯଶୋମତୀ ମଲ୍ଲିକ, ସୈକତ ସିଲ,ଅନ୍ନପୂର୍ଣ୍ଣା ମହାନ୍ତ, ସବିତା ମହାନ୍ତ, ଅନିତା ରାଉଳ, ସୂର୍ଯ୍ୟ ଶଙ୍କର ମାନା, ହିମାଂଶୁ
ଶେଖର ପାତ୍ର, ଦାଶରଥ୍ ମହାନ୍ତ ଆଦି ଚକ୍ଷୁ ବିଶେଷଜ୍ଞ ଭାବେ ଯୋଗଦେଇ ବରିଷ୍ଠ ନାଗରିକ ଓ ଅନୁଷ୍ଠାନର ଭିନ୍ନକ୍ଷମ ଛାତ୍ରଛାତ୍ରୀ, କର୍ମକର୍ତ୍ତା ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ତଥା ରୋଟାରିଆନ ସୁଧାଂଶୁ ଶେଖର ପଟ୍ଟନାୟକ, ରୋଟାରିଆନ ଜଗନ୍ନାଥ ସିଂହଦେଓ ଓ ରୋଟାରିଆନ ଜ୍ୟୋତିରଞ୍ଜନ ମହାପାତ୍ର ଅତିଥି ଭାବେ ଶିବିରରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ପାଇଁ
ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଚଣ୍ଡୀପ୍ରସାଦ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କର୍ମୀମାନେ ସହଯୋଗ କରିଥିଲେ ।
November 26, 2023
0 Comment
292 Views
“ସଦଭାବନା” ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର ର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଦଭାବନା” ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର ର ମିଳିତ ଆନୁକୁଲ୍ୟରେ ୨୫ ଓ ୨୬ ନଭେମ୍ବର ରେ ଏକ ଦୁଇ ଦିନିଆ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ପ୍ରୟାସ ସେବା ଗ୍ରାମ, ରଘୁନାଥପୁର, ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ର ପ୍ରଥମ ଦିନରେ ସଦଭାବନା ଅନୁଷ୍ଠାନର ୭୦ ଜଣ ଭିନ୍ନକ୍ଷମ ଶିଶୁଙ୍କ ସମେତ ୨୫ ଜଣ କର୍ମକର୍ତ୍ତା ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା... Read More