ଦେବଗଡ଼ : ଦେବଗଡ଼ ଜିଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ ଅଘଟଣ । ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ମାଆ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ । ମୃତକ ପିତା ହେଲେ ୫୦ ବର୍ଷୀୟ ଗୁରୁଚରଣ କିସାନ ।
ସୂଚନା ଯେ, ଗତ ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ପୁଅ ମିଶ୍ର କିସାନ ମଦ୍ୟପ ଅବସ୍ଥାରେ ଘରକୁ ଆସି ପାରିବାରିକ କଥାକୁ ନେଇ ଗୁରୁଚରଣଙ୍କ ସହ ଝଗଡ଼ା କରିଥିଲା । ପରେ ଉତ୍ୟକ୍ତ ହୋଇ ପୁଅ ଠେଙ୍ଗା ସାହାଯ୍ୟରେ ବାପା ଗୁରୁଚରଣ ଉପରକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଗୁରୁଙ୍କ ମୃତ୍ୟୁ ଘଟିଥିଲା । ଏମିତିକି ପୁଅ ବାପାକୁ ମାରିବା ପରେ ମାଆକୁ ବି ଆକ୍ରମଣ କରିଥିଲା । ଫଳରେ ପୁଅର ଆକ୍ରମଣରେ ମାଆ ମଧ୍ୟ ଆହତ ହୋଇଛି । ଏ ସଂପର୍କରେ ସାନ ପୁଅ ବଳରାମ କିଶାନ ଲଇମୁରା ଥାନାରେ ଏନେଇ ଅଭିଯୋଗ ଲିଖିତ କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ ମିଶ୍ର କିଶାନକୁ ଥାନାରେ ଅଟକ ରଖିଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।